କନକ ବ୍ୟୁରୋ: ଫାଶୀ ଖବର ଶୁଣି ହୃଦଘାତରେ ମୃତ୍ୟୁ । ଦୁଷ୍କର୍ମକାରୀ ସୁନୀଲ ନାୟକର ଫାଶୀ ଦଣ୍ଡାଦେଶ ଶୁଣି ଜେଲରେ ଆଉ ଜଣେ ଦୁଷ୍କର୍ମକାରୀ କଏଦୀର ମୃତ୍ୟୁ ହୋଇଛି । କେନ୍ଦୁଝର ଜେଲରେ ବିଚାରଧିନ କଏଦୀ ଥିବା ଟୁୁରୀ ମୁଣ୍ଡାର ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା ଟୁରୀ ମୁଣ୍ଡା । ଗତକାଲି ଚମ୍ପୁଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସୁନୀଲ ନାୟକକୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହି ଖବର ପରେ ଭୟଭୀତ ହୋଇ ଯାଇଥିଲା ଆଉ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଟୁରୀ । ଆଜି ତାର ହୃଦଘାତରେ ମୃତ୍ୟୁ ହୋଇଛି ।

Advertisment

publive-image

ଗତକାଲି ପୁଣି ଜଣେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଚମ୍ପୁଆର ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷି ସୁନିଲ ନାଏକକୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିଲେ କେନ୍ଦୁଝର ଏଡିଜେ କୋର୍ଟ । ପକସୋ ଆଇନ ଅନୁଯାୟୀ ସୁନିଲକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୁନୀଲ ବିରୋଧରେ ଧାରା ୩୦୨, ୩୬୩, ୩୭୬ (୨-ଏଫ) , ୩୭୬(୨-ଆଇ), ୨୦୧ ସହିତ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଦଫା ଲାଗିଛି । ୨୦୧୭ରେ ଚମ୍ପୁଆର ୩ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଦୁବୃର୍ତ ।