ଟୋଲଗେଟରେ ରଖୁନାହାନ୍ତି ୨୦୦୦ ଟଙ୍କିଆ ନୋଟ । ମଝି ରାସ୍ତାରେ ହଟହଟା ହେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ।

ଟୋଲଗେଟରେ ରଖୁନାହାନ୍ତି ୨୦୦୦ ଟଙ୍କିଆ ନୋଟ । ମଝି ରାସ୍ତାରେ ହଟହଟା ହେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ।

କନକ ବ୍ୟୁରୋ : ଟୋଲଗେଟରେ ରଖୁ ନାହାନ୍ତି ୨ ହଜାର ଟଙ୍କିଆ ନୋଟ୍ । ଆଉ ଏହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ଘଟଣାଟି ପିପିଲି ଟୋଲଗେଟ୍ ନିକଟରେ ଦେଖିବାକୁ ମିଳିଛି । ଟୋଲଗେଟ୍ କର୍ମଚାରୀଙ୍କୁ ତଥାଗତ ୨ ହଜାର ଟଙ୍କିଆ ଦେଉଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ଟୋଲ କର୍ମଚାରୀ । ବରଂ ତାଙ୍କୁ ୨୦୦୦ ଟଙ୍କିଆ ନୋଟ ନେବାକୁ ମ୍ୟାନେଜର ମନା କରିଛନ୍ତି ବୋଲି ରୋକଠୋକ କହିଛନ୍ତି ।

ଏପରିକି ତଥାଗତ ନିଜର ପରିଚୟ ଦେଲା ପରେ ମଧ୍ୟ ଟୋଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ । ବରଂ ୨୦୦୦ ଟଙ୍କା ନୋଟ ବ୍ୟାଙ୍କରେ ବଦଳାଇବାକୁ ବାରମ୍ବାର କହିଥିଲେ । ୨୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଗଲାଣି, ବ୍ୟାଙ୍କରେ ବଦଳାଇ ଦିଅନ୍ତୁ ବୋଲି କହିଥିଲେ ଟୋଲ କର୍ମଚାରୀ । ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ନେଇ ଆରବିଆଇ ଘୋଷଣା କରିଛି । କିନ୍ତୁ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ୨୦୦୦ ଟଙ୍କା ନୋଟ କାରବାର ହୋଇପାରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଯେକୌଣସି ସ୍ଥାନରେ ୨୦୦୦ ଟଙ୍କିଆ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆରବିଆଇ କହିଛି । ତେଣୁ ସାଧାରଣ ଲୋକ ବ୍ୟାଙ୍କରେ ଲାଇନରେ ଛିଡା ହେବା ଅପେକ୍ଷା ବିଭିନ୍ନ ସାମଗ୍ରୀ କିଣିବାରେ ୨୦୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ଏବେ ୨୦୦୦ ଟଙ୍କିଆ ନୋଟ ନେବାକୁ ଅମଙ୍ଗ ହେଉଥିବାର ଦେଖିବାକୁ ମିଳୁଛି । ଯାହାଦ୍ୱାରା ସାଧାରଣ ଲୋକଟିଏ ସମସ୍ୟାର ସମ୍ମୁଖୀନ ହେଉଛି । ଏଠି ପ୍ରଶ୍ନ ଉଠୁଛି, ଯଦି ଜଣେ ପୂର୍ବତନ ସାଂସଦଙ୍କୁ ଟୋଲଗେଟରେ ୨୦୦୦ ଟଙ୍କିଆ ନୋଟକୁ ନେଇ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେବେ ସାଧାରଣ ଲୋକଙ୍କୁ ଟୋଲ କର୍ମଚାରୀ କେଉଁ ଭଳି ବ୍ୟବହାର କରୁଥିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe