ଭରସାର ଭୋଟ ପାଇଁ ଧନ୍ୟବାଦ । ଏ ବିଜୟ ମୋ ବାପାଙ୍କର… ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର…

230

କନକ ବ୍ୟୁରୋ: ପିପିଲିରେ ବିପୁଳ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ବିଜୟ ପ୍ରାର୍ଥୀ ରୁଦ୍ର ମହାରଥୀ । ଭରସାର ଭୋଟ ଦେଇ ତାଙ୍କୁ ବିଜୟ ଟୀକା ପିନ୍ଧାଇଥିବାରୁ ଡେଲାଙ୍ଗ-ପିପିଲିର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ ରୁଦ୍ର । କହିଲେ, ଆପଣ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି, ଭରସା କରିଛନ୍ତି । ଏ ନିର୍ବାଚନ ଆପଣଙ୍କର । ଆପଣଙ୍କ ଏ ସ୍ନେହ, ଶ୍ରଦ୍ଧା, ଭଲପାଇବା ପାଇଁ ମୁଁ ସେବା କରିବି ।

ଏ ବିଜୟ ମୋ ବାପାଙ୍କର ବୋଲି କହିବା ସହ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବୋଲି କହିଛନ୍ତି ଜୁନିୟର ମହାରଥୀ । କରୋନା କଟକଣା ପାଇଁ କେହି ସେଲିବ୍ରେସନ କରନ୍ତୁ ନାହିଁ । ଏହା ସେଲିବ୍ରେସନ ନୁହେଁ ସେବା କରିବାର ସମୟ କହିଲେ ବିଜୟୀ ପ୍ରାର୍ଥୀ ରୁଦ୍ର ।

ତେବେ ପିପିଲିରେ ପୁଣି ଫେରିଲା ମହାରଥୀ ଯୁଗ । ଏବେ ଜୁନିୟର ମହାରଥୀ ସମ୍ଭାଳିବେ ପିପିଲି ଗାଦି । ବହୁ ପ୍ରତିକ୍ଷୀତ ପିପିଲି ଉପନିର୍ବାଚନରେ ବିଜୟ ହୋଇଛି ବିଜେଡି । ପ୍ରାୟ ୨୦ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ରୁଦ୍ରଙ୍କ ବିଜୟ ପରେ ବିଜେଡି ଶିବିରରେ ଖୁସିର ମହୋଲ ଦେଖିବାକୁ ମିଳିଛି । ବିଜେଡିର ଗଡ ହୋଇ ଆସିଥିବା ପିପିଲିରେ ଏଥର ମଧ୍ୟ ନିଜ ଗଡ ରକ୍ଷା କରିଛି ବିଜେଡି ।