ପିପିିଲି ସାତଶଙ୍ଖରେ ଋଣ ସୁଝିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ : କିସ୍ତି ସୁଝି ନପାରିବାରୁ ଘର ବାଡି ପଟେ କିରୋସିନି ଢାଳି ଆତ୍ମହତ୍ୟା କଲେ ମହିଳା

Advertisment
ପିପିିଲି ସାତଶଙ୍ଖରେ ଋଣ ସୁଝିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ : କିସ୍ତି ସୁଝି ନପାରିବାରୁ ଘର ବାଡି ପଟେ କିରୋସିନି ଢାଳି ଆତ୍ମହତ୍ୟା କଲେ ମହିଳା

କନକ ବ୍ୟୁରୋ : ରୁଣ ଶୁଝି ନପାରିବାରୁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ପିପିଲି ବ୍ଲକର ସାତଶଂଖ ଅର୍ଜୁନ ସିଂ ପୁରରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ତେବେ ବ୍ୟାଙ୍କ, ମହିଳା ସମିତି ଓ ଅନ୍ୟାନ୍ୟ ସୂତ୍ରରୁ ବିପୁଳ ରୁଣ କରି ମହିଳା ଜଣକ କିସ୍ତି ଶୁଝି ନପାରିବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

ରୁଣ ଶୁଝି ନପାରିବାରୁ ତାଙ୍କୁ ଗାଁ ଲୋକେ ଟାହି ଟାପରା କରୁଥିବା ମଧ୍ୟ ତାଙ୍କ ଝିଅ ସୂଚନା ଦେଇଛନ୍ତି । ମୃତକଙ୍କ ନାଁ ଜୟନ୍ତୀ ନାୟକ ଓ ତାଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡିଛି । ସ୍ୱାମୀ ବିଜୟ ନାୟକ ଦିନ ମଜୁରିଆ ଭାବେ ମିସ୍ତ୍ରୀ କାମ କରନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଛାନଭିନ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe