କନକ ବ୍ୟୁରୋ : ରୁଣ ଶୁଝି ନପାରିବାରୁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ପିପିଲି ବ୍ଲକର ସାତଶଂଖ ଅର୍ଜୁନ ସିଂ ପୁରରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ତେବେ ବ୍ୟାଙ୍କ, ମହିଳା ସମିତି ଓ ଅନ୍ୟାନ୍ୟ ସୂତ୍ରରୁ ବିପୁଳ ରୁଣ କରି ମହିଳା ଜଣକ କିସ୍ତି ଶୁଝି ନପାରିବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।
ରୁଣ ଶୁଝି ନପାରିବାରୁ ତାଙ୍କୁ ଗାଁ ଲୋକେ ଟାହି ଟାପରା କରୁଥିବା ମଧ୍ୟ ତାଙ୍କ ଝିଅ ସୂଚନା ଦେଇଛନ୍ତି । ମୃତକଙ୍କ ନାଁ ଜୟନ୍ତୀ ନାୟକ ଓ ତାଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡିଛି । ସ୍ୱାମୀ ବିଜୟ ନାୟକ ଦିନ ମଜୁରିଆ ଭାବେ ମିସ୍ତ୍ରୀ କାମ କରନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଛାନଭିନ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/34-17.jpg)