ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଉତ୍ତେଜନା ଜାରି । ପୋଲିସର ଛାନଭିନ : ଗତକାଲି ଦିନ ଦ୍ୱିପହରରେ ୩ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ

ପୁରୀ ଜିଲ୍ଲା ସତ୍ୟବାଦୀରେ ବିଚ୍ ରାସ୍ତାରେ ହତ୍ୟାକାଣ୍ଡ

250

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀରେ ବିଚ୍ ରାସ୍ତାରେ ହତ୍ୟାକାଣ୍ଡ । ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଖଣ୍ଡା ଓ ଫାର୍ସାରେ ଦୁର୍ବୃତମାନେ ଗୋଡାଇ ଗୋଡାଇ ହାଣିଛନ୍ତି । ଆଉ ହତ୍ୟାକାଣ୍ଡ ଘଟିଛି ପୋଲିସ ଫାଣ୍ଡି ସାମ୍ନାରେ । ସେହି ସମୟରେ କୌଣସି ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା ଘଟଣାସ୍ଥଳରେ । ଏହି ଘଟଣା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି ।

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ରୋକ କରିଛନ୍ତି । ସେଠାରେ ଥିବା କିଛି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ପିପିଲି ଅଂଚଳରେ ଏବେ ବି ଉତେଜନା ଲାଗି ରହିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛିା