ପିପିଲି ଅଂଚଳରେ ଆବିଷ୍କାର ହେଲା ଦେଢ ହଜାର ବର୍ଷର ମନ୍ଦିର : ନିର୍ମାଣ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁସନ୍ଧାନକାରୀ ଦଳ, ପିଢି ପିଢି ଧରି ହୋଇଆସୁଥିଲା ପୂଜା

775

କନକ ବ୍ୟୁରୋ : ପିପିଲି ଅଂଚଳରେ ଆବିଷ୍କାର ହେଲା ଦେଢ଼ ହଜାର ବର୍ଷର ମନ୍ଦିର । ମନ୍ଦିରର ନିର୍ମାଣ ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁସନ୍ଧାନକାରୀ ଦଳ । ପିଢ଼ି ପିଢ଼ି ଧରି ହୋଇ ଗତିଶ୍ୱର ମହାଦେବ ନାଁରେ ପୂଜା କରି ଆସୁଥିଲେ ସ୍ଥାନୀୟ ବାସିନ୍ଦା । ପୁରୀ ଜିଲ୍ଲା ପିପିଲି ତହସିଲର ବୀରପୁରୁଷୋତମପୁର ଗାଁରୁ ଆବିଷ୍କୃତ ହୋଇଛି । ବୀରପୁରଷୋତମପୁରର ଏହି ମନ୍ଦିର ରାଜ୍ୟର ପୁରାତନ ମନ୍ଦିର ଶ୍ରେଣୀରେ ଅନ୍ତର୍ଭୁକ୍ତ ବୋଲି ଇନଟାକ କହିଛି । ଏହି ମନ୍ଦିରଟି ପ୍ରାଚୀନ କଳିଙ୍ଗ ରାଜ୍ୟର ଦକ୍ଷିଣ ତୋଷାଳି ଅଂଚଳର ବୋଲି ମନ୍ଦିରର ତମ୍ବା ପ୍ଲେଟ ଲେଖା ଯାଇଛି । ଏହାର ନିର୍ମାଣ ଶୈଳୀକୁ ବିଚାର କଲେ ଦେଢ଼ ହଜାର ବର୍ଷ ପୂର୍ବେ ର୍ନିମାଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ସାଧାରଣରେ ଦକ୍ଷିଣ ଓଡ଼ିଶାର ମହେନ୍ଦ୍ରଗିରି ପାହାଡ ଅଂଚଳରେ ଏ ପ୍ରକାରର ମନ୍ଦିର ଦେଖାଯାଏ । ମନ୍ଦର ନିର୍ମାଣରେ ବ୍ୟବହୃତ ପଥରଗୁଡ଼କ ଯୋଡ଼ିବା ପାଇଁ କୌଣସି ଲେପ କିମ୍ବା ଚୁନ ବ୍ୟବହାର କରାଯାଇନାହିଁ । ଏହି ପ୍ରକାର ନିର୍ମାଣ କୌଶଳ ସୂଚିତ କରୁଛି ଯେ ସେତେବେଳେ କଳିଙ୍ଗର ପାରମ୍ପରିକ ମନ୍ଦିର ସ୍ଥାପତ୍ୟଶୈଳୀ ସମ୍ପୁର୍ଣ୍ଣ ରୂପେ ବିକଶିତ ହୋଇନଥିଲା । ଏପରି ଅନେକ ମନ୍ଦିର ରହିଛି ଯାହା ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିନାହିଁ । ଦୁର୍ଭାଗ୍ୟର ବିଷୟ ଏହି ପ୍ରାଚୀନ ମନ୍ଦିର ଧ୍ୱଂସ ହେବା ଉପରେ । ମନ୍ଦିରର ଛାତ ଉପରକୁ ଅନାବନା ଗଛ ମାଡି ଯାଇଛି । ବର୍ଷା ୠତୁରେ ମନ୍ଦିର ଗର୍ଭଗୃହରେ ପାଣି ପଶିଯାଏ ।