ସରପଂଚ ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ହିଂସା : ବ୍ଲକ୍ ବିଜେଡି ମହିଳା ସଭାପତିଙ୍କ ଉପରେ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ସେପଟେ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ପାଲଟା ମାମଲା; ପୁଲିସର ଛାନବିନ ଜାରି

86

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା । ସଭା ଭିତରେ ପିପିଲି ବ୍ଲକ ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏ ନେଇ ସଂପୃକ୍ତ ମହିଳା ସଭାପତି ଜୋତ୍ସ୍ୟାରାଣୀ ପୃଷ୍ଟି ଥାନାରେ ଏତଲା ଦେଇଛନ୍ତି । ପିପିଲି ନୂଆଶାସନ ପଂଚାୟତର ସରପଂଚ ଉପନିର୍ବାଚନ ଆସନ୍ତା ୨୪ ତାରିଖରେ ହେବ । ଏହା ପୂର୍ବରୁ ବ୍ଲକ ବିଜେଡି ମହିଳା ସଭାପତି ପୃଷ୍ଟି ଚଉଦମାଣ ଗାଁରେ ମହିଳା ସମିତିର ବୈଠକ କରୁଥିଲେ । ଏହି ସମୟରେ ବିରୋଧୀ ଗୋଷ୍ଠୀର ଲୋକେ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

ଆହତ ଜୋତ୍ସାରାଣୀ ପୃଷ୍ଟିକୁ ପ୍ରଥମେ ପିପିଲି ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ବିରୋଧୀ ଗୋଷ୍ଠୀ ମଧ୍ୟ ଥାନାରେ ପାଲଟା ଏତଲା ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ଚଉଦମାଣ ଗାଁରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା । ଏହାକୁ ବିରୋଧ କରାଯିବାରୁ ତାଙ୍କୁ ମାଡ ମରାଯାଇଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି । ଉଭୟ ଏତଲା ଭିତି କରି ପିପିଲି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏକ ଟିମ ଚଉଦମାଣ ଗାଁକୁ ପଠାଯାଇଛି ।