ପିପିଲିରେ ବି ଦେଖିବାକୁ ମିଳିଲା ସମାନ ଚିତ୍ର । ବ୍ୟାଙ୍କରେ ପଡିଲା ତାଲା, ଲୋକେ ହେଉଛନ୍ତି ହନ୍ତସନ୍ତ

ପିପିଲିରେ ବି ଦେଖିବାକୁ ମିଳିଲା ସମାନ ଚିତ୍ର

83

କନକ ବ୍ୟୁରୋ : ପିପିଲିରେ ବ୍ୟାଙ୍କ ସାମନାରେ ଲାଗିଲା ଲଟକା । ବାତ୍ୟା ଫୋନିର ପ୍ରଳୟ କରି ଚାଲିଯିବା ପରେ ବ୍ୟାଙ୍କ ସାମନରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲଟକାରେ ଲେଖା ଅଛି ଲିଙ୍କ ଫେଲଓର । ପାଣି ଓ ବିଜୁଳି ଭଳି ପୁରୀ ପିପିଲିରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ବ୍ୟାଙ୍କ ଖୋଲାଅଛି, କିନ୍ତୁ ଲିଙ୍କ ନଥିବାରୁ କର୍ମଚାରୀ ହାତ ବାନ୍ଧି ବସିଛନ୍ତି । ଏପରିକି ବ୍ୟାଙ୍କ ସାମନାରେ ଏହିଭଳି ଲିଙ୍କ ଫେଲଓର ବୋଲି ଲଟକା ଝୁଲାହୋଇଥିବାର ଦେଖିବାକୁ ମିଳିଛି । ଅନଲାଇନ୍ ଟଙ୍କା ଦେଣ ନେଣ ଠପ୍ ହୋଇଯାଇଛି । ସେପଟେ ସମସ୍ତ ଏଟିଏମ୍ରେ ବି ତାଲା ଝୁଲୁଛି । ଫଳରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି । ବ୍ୟାଙ୍କ କାମ କେବେ ସ୍ୱାଭାବିକ ହେବ ତାହା ମଧ୍ୟ ଏବେ ଅସ୍ପଷ୍ଟ ରହିଛି ।

ସେହିପରି ବାତ୍ୟା ପରେ ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ କିଛି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଭୁବନେଶ୍ୱର ପୁରୀ ରାସ୍ତାରେ ମଙ୍ଗଳପୁର ନିକଟସ୍ଥ ପେଟ୍ରୋଲ ପମ୍ପର କିଛି ଅଭାବନୀୟ ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ପେଟ୍ରେଲେ ପମ୍ପଟି ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି । କିନ୍ତୁ କିଛି ବେପାରୀ ବଡ ବଡ ଜାର ଓ କେନ ଧରି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ନେଉଥିବାର ଦେଖିବାକୁ ମିଳିଛି । ବାତ୍ୟା ବିପନ୍ନଙ୍କ ଦୂରାବସ୍ଥାର ସୁଯୋଗ ନେଇ ମାଲାମାଲ ହେବାକୁ ବସିଛନ୍ତି ଲାଭଖୋର ବ୍ୟବସାୟୀ । ପ୍ରଶାସନ ଏହା ଉପରେ ତୀକ୍ଷଣ ନଜର ରଖିବା ଜରୁରୀ ହୋଇପଡିଛି ।