ଝିଅ ବାହା କରିବାକୁ ଘରେ ରଖିଥିଲେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା : ରାତିରେ ନିଶା ସ୍ପ୍ରେ କରି ଲୁଟିନେଲେ ଦୁର୍ବୃତ୍ତ

Advertisment
ଝିଅ ବାହା କରିବାକୁ ଘରେ ରଖିଥିଲେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା : ରାତିରେ ନିଶା ସ୍ପ୍ରେ କରି ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରେ : ସ୍ପ୍ରେ ମାରି ପରିବାର ଲୋକଙ୍କୁ ଅଚେତ କରି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା । ପିପିଲିରେ ରହୁଥିବା ସିଫାରେ କାର୍ଯ୍ୟରତ ରାଧାନାଥ ଦାସଙ୍କ ଘରେ ଲୁଟ୍ ହୋଇଛି । ଆସନ୍ତା ମାସରେ ତାଙ୍କ ଝିଅର ବିବାହ ହେବାର ଅଛି । ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା କିଣି ଘରେ ରଖିଥିଲେ । ରାତି ଡ୍ୟୁଟି ପାଇଁ ସେ ସିଫା ଯାଇଥିଲେ । ଏହି ସମୟରେ ଲୁଟେରା ଘରେ ପଶି ଲୋକଙ୍କୁ ନିଶାଶକ୍ତ ସ୍ପ୍ରେ ମାରି ସମସ୍ତଙ୍କୁ ଅଚେତ କରିଦେଇଥିଲେ ।

କୌଶଳକ୍ରମେ ଘରର କବାଟ ଖୋଲି ଆଲମିରାରେ ଥିବା ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଲା ଚୋରି କଲା ପରେ ଯେଉଁଠାରେ ଚାବି ଥିଲା ସେହି ସ୍ଥାନରେ ଚାବି ଧରି ଚମ୍ପଟ ମାରିଛି ଲୁଟେରା । ଏନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜଙ୍କୁ ଯାଂଚ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe