କନକ ବ୍ୟୁରୋ : ଗତ ଦୁଇ ଦଶନ୍ଧି ହେଲା ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ନିର୍ଣ୍ଣାୟକ ଭୂମିକା ନେଇଆସୁଥିଲା । ହେଲେ ୨୦୧୯ ନିର୍ବାଚନରେ ଏହାର ବ୍ୟତିକ୍ରମ ହୋଇଥିଲା । ପିପିଲି ନିର୍ବାଚନରେ ସବୁବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିଲା । ଶେଷଥର ପାଇଁ ୧୯୯୫ ନିର୍ବାଚନରେ କଂଗ୍ରେସର ଯୁଦ୍ଧିଷ୍ଠିର ସାମନ୍ତରାୟ ବିଧାୟକ ହୋଇଥିଲେ । ଏହା ପରଠାରୁ ଦୁଇ ଦଶନ୍ଧି ହେଲା ବିଜେଡିର ପ୍ରଦୀପ ମହାରଥୀ ପିପିଲି ଆସନକୁ ନିଜ ଦଖଲରେ ରଖୁଥିଲେ । ତଥାପି ପ୍ରତିବର୍ଷ କଂଗ୍ରେସ ସହିତ ବିଜେଡିର କଡା ପ୍ରତିଦ୍ୱନ୍ଦିତା ହେଉଥିଲା ।
ହେଲେ ୨୦୧୯ରେ କଂଗ୍ରେସ ପରିବର୍ତେ ବିଜେପି ସହ ମୁହାଁମୁହିଁ ହୋଇଥିଲା ବିଜେଡି । କଂଗ୍ରେସ ମାତ୍ର ୯ ହଜାର ୮୩୦ ଭୋଟ୍ ପାଇଥିବାବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ । ସେତେବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ମାତ୍ର ୧୫ ହଜାର ୭୮୭ ଭୋଟରେ ବିଜେଡିର ପ୍ରଦୀପ ମହାରଥୀଙ୍କଠାରୁ ହାରିଥିଲେ । ତେବେ ୨୦୦୯ରେ ୪୦. ୮୫ ପ୍ରତିଶତ ଏବଂ ୨୦୧୪ ନିର୍ବାଚନରେ ୩୦.୪୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଦଳ ୨୦୧୯ ନିର୍ବାଚନରେ ମାତ୍ର ୫.୬୩ ପ୍ରତିଶତକୁ ଖସିଆସିଥିଲା । ଏହାର ଅର୍ଥ କଂଗ୍ରେସ ଭୋଟ୍ ସବୁବେଳେ ବିଭିନ୍ନ ଦଳକୁ ଯାଇଛି ଓ ନିର୍ଣ୍ଣାୟକ ଭୂମିକା ନେଇଛି ।
ଗତ ୩ଟି ନିର୍ବାଚନରେ କେଉଁ ଦଳର ପ୍ରାର୍ଥୀଙ୍କ କିଭଳି ରହିଥିଲା ପ୍ରଦର୍ଶନ ।
ନିର୍ବାଚନ ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ
୨୦୧୪ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ର ବିଜେପି ୪.୭୫%
୨୦୧୪ ଯୁଦ୍ଧିଷ୍ଠିର ସାମନ୍ତରାୟ କଂଗ୍ରେସ ୩୦.୪୩%
୨୦୧୪ ପ୍ରଦୀପ ମହାରଥୀ ବିଜେଡି ୫୧.୧୯%
ନିର୍ବାଚନ ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ
୨୦୧୯ ଆଶ୍ରୀତ ପଟ୍ଟନାୟକ ବିଜେପି ୪୧.୬୨%
୨୦୧୯ ଅଜିତ ମଙ୍ଗରାଜ କଂଗ୍ରେସ ୫.୬୩%
୨୦୧୯ ପ୍ରଦୀପ ମହାରଥୀ ବିଜେଡି ୫୦.୧୬%