କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଅଫିସରେ ପଶି ଭଙ୍ଗା ରୁଜା । ପୁଲିସରେ ଅଭିଯୋଗ, ନ୍ୟାୟ ନ ମିଳିଲେ ବିଦ୍ୟୁତ କାଟ୍ ଚେତାବନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ । ଅଭିଯୋଗ ଅନୁସାରେ ୧୦ରୁ ୧୫ ଦୁର୍ବୃତ୍ତ ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ପିପିଲି ଥାନାରେ ବିଦ୍ୟୁତ ବିଭାଗ ପକ୍ଷରୁ ଅଭିଯୋଗ କରି ଧାରଣା ଦେଇଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ । ମେମାନଙ୍କୁ ନ୍ୟାୟ ନମିଳିଲେ ପୁରା ପିପିଲି ଅଂଚଳରେ ବିଦ୍ୟୁତ କାଟ୍ କରିବା ନେଇ ଚେତାବନୀ ଦେଇଛନ୍ତି ।