କନକ ବ୍ୟୁରୋ : ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ସାଇକେଲରେ ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ ଧନେଶ୍ୱର ସ୍ୱାଇଁ । ଲୋକଙ୍କ କାନ୍ଥରେ ନିଜ ନାମ ଓ ଚିହ୍ନ ଲେଖି ପ୍ରଚାର କରୁଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ । ଧନେଶ୍ୱର ସ୍ୱାଇଁ କଣାସ ବ୍ଲକ ୫ ନମ୍ବର ଜୋନରୁ ସିପିଏମ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

Advertisment

ଧନେଶ୍ୱର ଆଗରୁ ସରପଂଚ ଓ ସମିତି ସଭ୍ୟ ଭାବେ ଭାବେ ନିର୍ବାଚନରେ ଲଢି ହାରିସାରିଛନ୍ତି । ହେଲେ ରାଜନୀତି କରିବାର ନିଶା ଏବଂ ଜନସେବା ମନୋଭାବ ତାଙ୍କ ମନରେ ଏବେ ବି ଭରିରହିଛି । ଏଥର ସିପିଏମ ଦଳ ତରଫରୁ ଦା’ ହାତୁଡ଼ି ଚିହ୍ନରେ ସେ ନିର୍ବାଚନ ଲଢୁଛନ୍ତି । ଧନେଶ୍ୱର ହାତରେ ଏକ ମାଇକ ଓ ସାଇକେଲ ଧରି ପାଖାପାଖି ୧୦ ଖଣ୍ଡ ଗାଁରେ ପ୍ରଚାର କରୁଛନ୍ତି । ଆଜି କାଲିର ନେତାଙ୍କ ଭଳି ତାଙ୍କ ପାଖରେ ପୋଷ୍ଟର କିମ୍ବା ପ୍ରଚାର ଗାଡ଼ି ନାହିଁ ତଥାପି ଏକା ଏକା ବିଜୟର ଆଶା ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।