ପିପିଲି କଂଗ୍ରେସରେ କନଫ୍ୟୁଜନ: କଂଗ୍ରେସ ପ୍ରାର୍ଥୀ ଯୁଧୀଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ କି ନାହିଁ, ତାହା ଏବେ ଅନିଶ୍ଚିତତା ଭିତରେ

Advertisment
ପିପିଲି କଂଗ୍ରେସରେ କନଫ୍ୟୁଜନ: କଂଗ୍ରେସ ପ୍ରାର୍ଥୀ ଯୁଧୀଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ କି ନାହିଁ, ତାହା ଏବେ ଅନିଶ୍ଚିତତା ଭିତରେ

କନକ ବ୍ୟୁରୋ: ପିପିଲି ବିଧାନସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ଯୁଧୀଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ କି ନାହିଁ, ତାହା ଅନିଶ୍ଚିତତା ଭିତରେ ରହିଛି । ନୂଆ ନୀତି ଆପଣେଇ ପାରନ୍ତି ପିପିଲି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଯୁଧୀଷ୍ଠିର ସାମନ୍ତରାୟ । କର୍ମକର୍ତୀଙ୍କ ସହ ଆଲୋଚନା ପରେ ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ଯୁଧୀଷ୍ଠିର । ତେବେ ବିଳମ୍ବରେ ଅର୍ଥାତ ଶେଷ ସମୟରେ ଯୁଧୀଷ୍ଠିରଙ୍କୁ କଂଗ୍ରେସ ଟିକେଟ ଦେଇଥିବାରୁ ସେନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି ।

publive-imageସେପଟେ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଦଳ ଟିକେଟ ଦେଇଛି । ଟିକେଟ ପାଇବାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମହାରଥୀ । ବିଶାଳ ଶୋଭାଯାତ୍ରାରେ ଶହ ଶହ ସମର୍ଥକଙ୍କ ସହ ବାହାରି ପ୍ରଚାର କରୁଛନ୍ତି ମହାରଥୀ । ଗାଁ ଗାଁ ବୁଲି ଭୋଟ ପାଇଁ ମହାରଥୀ ନିବେଦନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe