ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ

1,666

କନକ ବ୍ୟୁରୋ: ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଏବେ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଛନ୍ତି ।

ପିପିଲି ଉପ ନିର୍ବାଚନ ଏପ୍ରିଲ ୧୭ ତାରିଖରେ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଘଟିଛି । ଯାହାକି ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଏକ ଦୁଃଖଦାୟକ ଖବର । ତେବେ ନିର୍ବାଚନ ହେବ କି ତାରିଖ ଘୁଞ୍ଚିବ ତାହା ଯାଏଁ ସ୍ପଷ୍ଟ ହୋଇନାହିଁ ।