ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର

ଡ଼େଲାଙ୍ଗ ବ୍ଲକରେ ଘର ଘର ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାଥୀ ରୁଦ୍ର ମହାରଥୀ; କଡ଼ା ମୁକାବିଲା ପାଇଁ ପ୍ରଚାର ମୈଦାନରେ କଂଗ୍ରେସ ପ୍ରାର୍ଥୀଙ୍କ କସରତ୍

124

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର ପ୍ରସାର । ଡ଼େଲାଙ୍ଗ ବ୍ଲକରେ ଘର ଘର ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାଥୀ ରୁଦ୍ର ମହାରଥୀ । କଡ଼ା ମୁକାବିଲା ପାଇଁ ପ୍ରଚାର ମୈଦାନରେ କଂଗ୍ରେସ ପ୍ରାର୍ଥୀଙ୍କ କସରତ କରୁଥିବା ଦେଖିବାକୁ ମିଳିଛି ।

ତେବେ ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ତେଣୁ ଅପରାହ୍ନ ସୁଦ୍ଧା ମୈଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଂଚ ପରେ ୩ ଜଣଙ୍କ ନାମାଙ୍କନକୁ ବାଦ ଦିଆଯାଇଥିଲା । ତେଣୁ ୧୨ ଜଣଙ୍କ ନାମାଙ୍କନ ପତ୍ର ବୈଧ ରହିଛି । ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସତ୍ୟପାଠରୁ ସେମାନଙ୍କ ସଂପତି ମୂଲ୍ୟ ଜଣାପଡିବା ପରେ ଚର୍ଚ୍ଚା ଜୋର ଧରିଛି । ବାପାଙ୍କ ସଂପତିର ଅଧା ପୁଅଙ୍କ ପାଖରେ ରହିଛି ।

ବିଜେଡିରୁ ଟିକେଟ ପାଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଖରେ ୩ କୋଟି ୧ ଲକ୍ଷ ଟଙ୍କାର ଅସ୍ଥାବର ସଂପତି ଓ ୬୩ ଲକ୍ଷ ୭୬ ହଜାର ୪୧୧ ଟଙ୍କାର ସ୍ଥାବର ସଂପତି ରହିଛି । ସେହିପରି ୨୦୧୯-୨୦ ମସିହାରେ ରୁଦ୍ରଙ୍କ ବାର୍ଷିକ ରୋଜଗାର ୧୦ ଲକ୍ଷ ଟଙ୍କା ୯୦ ହଜାର ୨୩୦ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି ।