ପିପିଲିରେ ପ୍ରଚାର ବେଳେ ସାମ୍ନାକୁ ଆସିଲା ଲୋକଙ୍କ ଅସନ୍ତୋଷ : କହିଲେ, ଆମ ଅସୁବିଧା ବୁଝ, ନହେଲେ ଭୋଟ ମାଗିବାକୁ ଆସନାହିଁ

197

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ୧୭ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ଆଉ ଏହାରି ଭିତରେ ଜନ ଅସନ୍ତୋଷ ଦେଖାଦେଇଛି । ଆମ ଅସୁବିଧା ବୁଝ, ନହେଲେ ଭୋଟ ମାଗିବାକୁ ଆସନାହିଁ । ଏମିତି କିଛି ଦାବି ନେଇ ଅଭିନବ ପ୍ରତିବାଦ କରିଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଚାଇଁପୁର ପଂଚାୟତ ଶଢାଗଁଇ ଗାଁ ଲୋକେ ।

ପିପିଲି ଉପନିର୍ବାଚନ ପାଇଁ ଚ୍ଚାର ଜୋରଦାର ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷ ଦେଖି ଏହି ଗାଁକୁ ପ୍ରଚାରକୁ ଆସିନାହାନ୍ତି ନେତା ଓ ମନ୍ତ୍ରୀ । ଫନି ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଗାଁରେ ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ କୌଣସି ପ୍ରକାରର ବାତ୍ୟା ସହାୟତା ମିଳିନାହିଁ । ଏହାସହ ସରକାରୀ ସୁବିଧା ମିଳୁନଥିବା ବି ସେମାନେ ଅଭିଯୋଗ ଆଣିଛନ୍ତି ।