କନକ ବ୍ୟୁରୋ : ପିପିଲି ଉପନିର୍ବାଚନକୁ ଆଉ ଅଳ୍ପ ଦିନ ବାକି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲି ଓ ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ ପରେ ପିପିଲିରେ ଜୋରଦାର ହୋଇଛି ପ୍ରଚାର ।
କଂଗ୍ରେସ ପ୍ରାର୍ଥୀ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦଳର ନେତା ମାନେ ତାଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ଭିତରେ ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ରାଜ୍ୟ ସରକାରଙ୍କ ବିକାଶ କାମକୁ ବିଜ୍ଞାପିତ କରି ବିଜେଡି ପ୍ରାର୍ତୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରୁଛି ଦଳ ।
ଅନ୍ୟପକ୍ଷରେ ଫନି ସହାୟତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଲାଭ ପିପିଲି ବାସୀଙ୍କୁ ମିଳୁନଥିବା ଅଭିଯୋଗ କରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପରିବର୍ତନର ଭୋଟ ମାଗୁଛି । ଆଉ କଂଗ୍ରେସ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରଙ୍କ ଦୁର୍ନୀତି ବିରୋଧରେ ପ୍ରଚାର କରି ଜନମତକୁ ନିଜ ପ୍ରାର୍ଥୀ ସପକ୍ଷରେ ଆଣିବାକୁ ଜୋରଦାର ପ୍ରୟାସ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/23-6.jpg)