ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଛେଦ । ପୁଅ ଟିକେଟ୍ ପାଇବା ପରେ ପ୍ରତିଭା କହିଲେ, ମୋ ପୁଅ ସହ ଅଛି ଆଶୀର୍ବାଦ, ବିପୁଳ ଭୋଟରେ ପିପିଲି ଜିତିବ ।

197

କନକ ବ୍ୟୁରୋ: ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ପ୍ରତିଭା କହିଛନ୍ତି କି, ତାଙ୍କ ପରିବାରରୁ ପ୍ରାର୍ଥୀ କରା ଯାଇଥିବାରୁ କୃତଜ୍ଞତା ପ୍ରକାଶ କରୁଛି ।

ସବୁଠାରୁ ବଡ଼କଥା ହେଲା ପୁଅ ରୁଦ୍ର ମହାରଥୀଙ୍କ ପ୍ରତି ତାଙ୍କର ଆର୍ଶୀବାଦ ରହିଛି, ସମସ୍ତଙ୍କ ଆର୍ଶୀବାଦରେ ରୁଦ୍ର ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ପ୍ରତିଭା । ପିପିଲି ଟିକେଟ କାହାକୁ ମିଳିବ ବୋଲି ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ଶେଷରେ ରୁଦ୍ର ମହାରଥୀଙ୍କୁ ଟିକେଟ ଦେଇଥିଲା ବିଜେଡି । ଏ ନେଇ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟା କ’ଣ ରହିଛି, ତାହା ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ରହିଥିଲା । ହେଲେ ପୁଅ ଟିକେଟ ପାଇବା ପରେ ସେ ସାଙ୍ଗେ ସାଙ୍ଗେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତାଙ୍କ ନିରବତାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଅବସାନ ଘଟାଇଛନ୍ତି ପ୍ରତିଭା ମହାରଥୀ ।