ପିପିଲିରେ ଜମୁଛି ପ୍ରଚାର : ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

78

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ୧୭ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ଗତକାଲି ଏଥିପାଇଁ ନବୀନ ଭର୍ଚୁଆଲରେ ପ୍ରଚାର କରିଥିବାବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ପିପିଲିରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ତେବେ ବିଜେଡି ଓ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରି ଭୋଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।