ପିପିଲିରେ ପ୍ରେସମିଟ କରିବେ ପ୍ରତିଭା : ଦିନ ୧୨ଟା ବେଳେ ପ୍ରତିକ୍ରିୟା ପାଇଁ ଅପେକ୍ଷା କରିଥିଲେ ସାମ୍ବାଦିକ, ପ୍ରତିଭା କହିଲେ ସେ ଡାକି ନାହାନ୍ତି ପ୍ରେସମିଟ

କହିଲେ ରୁଦ୍ରଙ୍କ ବିଷୟରେ ଯାହା କହିବା କଥା ପିପିଲିରେ କହିବେ

322

କନକ ବ୍ୟୁରୋ : କୁହାଯାଉଛି ପିପିଲି ପାଇଁ ବିଜେଡି ରୁଦ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ମାଆ ପ୍ରତିଭାଙ୍କୁ ଭେଟିବା ପାଇଁ ଯାଇଥିଲେ ବିଜେଡିର ଏହି ସବୁ ବରିଷ୍ଠ ନେତା । ଦେବୀ ମିଶ୍ର,ସ୍ନେହାଙ୍ଗିନୀ ଛୁରୀଆ, ପ୍ରମିଳା ମଲ୍ଲିକ ଓ ମହେଶ୍ୱର ମହାନ୍ତି ପ୍ରମୁଖ ପ୍ରତିଭାଙ୍କ ଭୁବନେଶ୍ୱର ବାସଭବନରେ ପହଂଚିଥିଲେ । ତଳେ ନେତାମାନେ ବସି ରହିଥିବା ବେଳେ ପ୍ରମିଳା ଓ ସ୍ନେହାଙ୍ଗିନୀ ଉପର ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା । ହେଲେ ଫେରିବା ବେଳେ ସାଙ୍ଗରେ ପ୍ରତିଭା ନଥିଲେ । ତେଣୁ ଏହି ନେତାମାନଙ୍କ ସହ ପ୍ରତିଭାଙ୍କ ଭେଟ ହେଲା କି ନାହିଁ ତାହା ଜଣାପଡ଼ି ନାହିଁ ।

ତେବେ ଚର୍ଚ୍ଚା ହେଉଛି ପୁଅଙ୍କୁ ଟିକେଟ ମିଳିବା ପରେ ବିଜେଡି ନେତାମାନଙ୍କୁ ଭେଟି ନଥିଲେ ମାଆ ପ୍ରତିଭା ମହାରଥୀ । ଅବଶ୍ୟ ଏନେଇ ପ୍ରତିଭାଙ୍କ ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ । ସେପଟେ ରୁଦ୍ରଙ୍କ ମା’ ପ୍ରତିଭାଙ୍କ ମନଉଣା ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଆପଣମାନେ ଜାଣିଛନ୍ତି, ପ୍ରତିଭା ନିଶ୍ଟୟ ଆଶାୟୀ ଥିଲେ । ରୁଷିବା, ମନାଇବା ସେମିତି କିଛି ନାହିଁ । କାଲି ପ୍ରତିଭାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲୁ । ସେହିପରି ବିଜେପି ନେତା ଜୟନ୍ତ ଷଡଙ୍ଗୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ପିପିଲି ଉପ-ନିର୍ବାଚନରେ ହେବ ଭାଇଚାରାର ଲଢେଇ । ରୁଦ୍ର ପ୍ରଥମଥର ଲଢେଇ କରିବେ, ନୂଆ ଅଭିଜ୍ଞତା ନେବେ । ଭୋଟର ଯାହାକୁ ଚାହିଁବେ ଭୋଟ୍ ଦେବେ, ବିଜେପିର ପ୍ଲାନ୍ ସରିଛି ।