ଏପ୍ରିଲ ୧୭ରେ ହେବନି ପିପିଲି ଉପନିର୍ବାଚନ । ଆଗାମୀ ତାରିଖ ଘୋଷଣା ହେବା ଯାଏଁ ଉପ ନିର୍ବାଚନ ସ୍ଥଗିତ

153

କନକ ବ୍ୟୁରୋ: ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ । ଆଗାମୀ ତାରିଖ ଘୋଷଣା ହେବାଯାଏଁ ଉପନିର୍ବାଚନ ସ୍ଥଗିତ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଲା ଉପନିର୍ବାଚନ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ସୂଚନା ଦେଲେ ରିଟର୍ଣ୍ଣିଂ ଅଫିସର ପ୍ରଦୀପ ସାହୁଙ୍କ ସୂଚନା ।

ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ତେବେ ତାଙ୍କ ମୃତ୍ୟୁ ପରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।