କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆସିଛି ବଡ ଖବର । ପୁଣି ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣ ବଢୁଥିବା ଦେଖି ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖିଲେ ନିର୍ବାଚନ କମିଶନ । ତେବେ ସ୍ଥିତି ସୁଧୁରିବା ପରେ ଉପ ନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।
ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଉପ ନିର୍ବାଚନ । #PipiliByPoll#KanakNewspic.twitter.com/fFLNg8FrPs
— Kanak News (@kanak_news) May 3, 2021
କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପ୍ରଥମ କରି ପିପିଲି ଉପ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ଏହାକୁ ଏପ୍ରିଲ ୧୩ ଏବଂ ଏହାପରେ ଏପ୍ରିଲ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ସଂକ୍ରମଣ ବଢୁଥିବା ହେତୁ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/election.jpg)