ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରସ୍ତୁତ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ସିଇଓ

ନିର୍ବାଚନ ଅଧିକାରୀଙ୍କ ତାରିଖ ଘୋଷଣାକୁ ଅପେକ୍ଷା; ଇଭିଏମ ଅଧିକାରୀଙ୍କ ତାଲିମ ଦେବା ସହ ବୁଥ ଗୁଡିକରେ ମଧ୍ୟ ସରିଛି ପ୍ରସ୍ତୁତି

128

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । କୋଭିଡ୍ ପାଇଁ ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ୍ ଦେବେ । ଇଭିଏମ ଅଧିକାରୀମାନଙ୍କ ଟ୍ରେନିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣାକୁ ଆମେ ଅପେକ୍ଷା କରିଛୁ ।

ସେପଟେ, ପିପିଲି ନିର୍ବାଚନ ପୂର୍ବରୁ ସଫଳତାକୁ ନେଇ ଆକଳନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ସରପଂଚ ଉପ ନିର୍ବାଚନର କୌଣସି ପ୍ରଭାବ ପଡିବ ନାହିଁ । ପିପିଲିରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିବ । ଉପ-ନିର୍ବାଚନରେ ଆମେ ୪୦ରୁ ୫୦ ହଜାର ଭୋଟରେ ଜିତିବୁ । ବିଜେପି ସବୁବେଳେ କୁହେ ଜିତିବୁ, ମାତ୍ର କେଉଁଥର ଜିତି ପାରନ୍ତିନି ।