ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ୧୩ ପରିବର୍ତ୍ତେ ୧୬ ତାରିଖରେ ହେବ ଭୋଟଗ୍ରହଣ, ୧୯ ତାରିଖରେ ଭୋଟ ଗଣତି ।

374

କନକ ବ୍ୟୁରୋ : ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ । ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

୧୬ ମେ’ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅଥାର୍ତ ୧୩ ମେ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ ରହିବ । ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂରା କୋଭିଡ କଟକଣା ସହ ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।