ପିପିଲି ଉପନିର୍ବାଚନରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ : ନିର୍ବାଚନୀ ରଣନୀତି ବୈଠକ ପରେ ପ୍ରତାପ ଦେବଙ୍କ ସୂଚନା

115

କନକ ବ୍ୟୁରୋ : ପିପିଲିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କେବେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ ତାହା ସ୍ଥିର ହୋଇନାହିଁ ।

ତେବେ ନବୀନ ପଟ୍ଟନାୟକ କରୋନା କଟକଣା ଭିତରେ ପିପିଲିରେ ପ୍ରଚାର କରିବେ ବୋଲି କହିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ପିପିଲି ଉପନିର୍ବାଚନ ରଣନୀତି ନେଇ ଆଜି ବିଜେଡି ପକ୍ଷରୁ ହୋଇଥିବା ବୈଠକ ପରେ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ପିପିଲିରେ ପ୍ରଚାର ଜୋର ସୋରରେ ଚାଲିଛି । ବିଜେଡି ପିପିଲିରେ ବାଜିମାତ କରିବ ।