ପିପିଲି ବ୍ଲକ ମଙ୍ଗଳପୁର ପଂଚାୟତର ରୋଚକ ଘଟଣା : ସରପଞ୍ଚ ପ୍ରାର୍ଥୀଙ୍କୁ ଶପଥ ପାଠ କରାଇଲେ ଲୋକ : କହିଲେ ମହାପ୍ରସାଦ ଛୁଇଁ ଶପଥ କର ..

311

କନକ ବ୍ୟୁରୋ : ବିଜୟୀ ହେବା ପରେ ନେତା ଭୁଲିଯାଉଛନ୍ତି ପ୍ରତିଶ୍ରୁତି । ତେଣୁ ନେତାଙ୍କ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯାଉଛି । ତେଣୁ ଆଶାୟୀ ସରପଞ୍ଚ ପ୍ରାର୍ଥୀନୀଙ୍କୁ ନିଆରା ଢଙ୍ଗରେ ଶପଥପାଠ କରାଇଛନ୍ତି ଭୋଟର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ । ସରପଞ୍ଚ ପ୍ରାର୍ଥୀନୀ ସଂଯୁକ୍ତା ବେହେରାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଛନ୍ତି ଗ୍ରାମବାସୀ । ତା ସହିତ ଜଗନ୍ନାଥଙ୍କ ନାଁରେ ମହାପ୍ରସାଦ ଓ ଦୁବ ବରକୋଳି ପତ୍ର ଦେଇ ଶପଥପାଠ ବି କରାଇଛନ୍ତି । ନିର୍ବାଚନରେ ଜିତିଲେ ପୁରା ୫ ବର୍ଷ ପଂଚାୟତର ଉନ୍ନତି କରିବା ସହ ଭୋଟରଙ୍କ ସୁଖ ଦୁଃଖରେ ରହିବେ ବୋଲି ଆଶାୟୀ ପ୍ରାର୍ଥୀଙ୍କୁ ଶପଥପାଠ କରାଇଛନ୍ତି ଭୋଟର ।