କନକବ୍ୟୁରୋ: ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପର ପାଇପ ନଷ୍ଟ କରୁଛି ଚାଷୀର ଚାଷ ଓ ଚାଷ ଜମି। ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ଡ୍ୟାମ ନିର୍ମାଣ କାମ ସରିନି। ୧୬ଶହ କୋଟି ଟଙ୍କାର ପାଇଲାଇନ କାମ ପାଇଁ ଟେଣ୍ଡର ପାଇଥିବା କମ୍ପାନୀ ଚାଷୀଙ୍କ ଜମି ସବୁ ଖୋଳି ପକାଇଛି। ଜମି ଭିତରେ ଚାଷୀର ବିନା ଅନୁମତିରେ ବଡ଼ ବଡ଼ ପାଇପ ବିଛାଯାଇଛି।

Advertisment

ଚାଷୀଙ୍କ ବିରୋଧ ସତ୍ବେ ମନ ଇଛା ଖୋଳାଯାଉଛି। ପ୍ରତିବାଦ କରିବାରୁ କର୍ମଚାରୀ ମାନେ ଚାଷୀଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି। ଏବେ ଚାଷ କାମ ଆରମ୍ଭ ହେବା ପରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । କାରଣ ଚାଷ ଜମିରେ ପାଇପ ବିଛାଯାଇଥିବାରୁ ଚାଷ କାମରେ ବାଧା ସୃଷ୍ଟି ହୋଇଛି । ଜମିରେ ବଡ଼ ବଡ଼ ଗାତ ସାଙ୍ଗକୁ ପାଇପ ପଡି ରହିଛି ।