କଟକର ରାସ୍ତା ମଝିରେ ହଠାତ୍ ଫାଟିଗଲା ପାଣି ପାଇପ୍ । ଭୁସ ଭୁସ୍ ହୋଇ ଉପରକୁ ଉଠିଗଲା ପାଣି ।

361

କନକ ବ୍ୟୁରୋ : ରାସ୍ତା ମଝିରେ ୱାଟରଫଲର ଭ୍ରମ । ହଠାତ୍ ପାଣି ପାଇପ୍ ଫାଟିଗଲା ଏବଂ ଭୁସ ଭୁସ ହୋଇ ପାଣି ଉପରକୁ ଉଠିଲା । ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟିରେ । କଟକ ରାଜାବଗିଚାରେ ଅଞ୍ଚଳରେ ହଠାତ ଫାଟିଗଲା ପାଣି ପାଇପ । ଫଳରେ କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଜମିଗଲା ଆଂଠୁଏ ଉଚ୍ଚର ପାଣି ।

ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ ଏପରି ରାସ୍ତା ଉପରେ ପାଣି ବାହାରିବା ସମସ୍ତଙ୍କୁ ଚକିତ କରିଥିଲା । ତେବେ ପରେ ଜଣାପଡିଥିଲା ଯେ ପାଣି ପାଇପ ଫାଟିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ତେବେ ଘଟଣାସ୍ଥଳରେ ପିଡବ୍ଳୁଡି ଅଧିକାରୀ ପହଞ୍ଚି ସ୍ଥିତି ପରଖିଛନ୍ତି । ତେବେ କେଉଁ କାରଣ ଯୋଗୁଁ ଏବଂ କେଉଁ ପରିସ୍ଥିତିରେ ପାଣି ପାଇପ୍ ଫାଟିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।