Europa Libera
ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧି ଆଲୋଚକ ତଥା ଡେମୋକ୍ରାଟିକ ନେତାଙ୍କ ପାଖରେ ପହଞ୍ଚୁଛି ଦେଶୀ ପାଇପ୍ ବମ୍ । ନ୍ୟୁୟର୍କ ଠାରୁ ଆରମ୍ଭ କରି ଲସ୍ ଏଞ୍ଜେଲସ୍ ପର୍ଯ୍ୟନ୍ତ ବ୍ୟାପିଥିବା ଏଜେନ୍ସୀ ଏଭଳି ୧୦ ଟି ପାଇପ୍ ବମ୍ ଭିନ୍ନ ଭିନ୍ନ ନେତାଙ୍କ ପାଖକୁ ଜବତ କରିଛି । ଖାସ୍ କଥା ହେଉଛି ଯେଉଁ ନେତାମାନଙ୍କ ପାଖରେ ଏହି ବୋମା ପହଞ୍ଚୁଛି ସେମାନେ ସବୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧି ଆଲୋଚକ । ଗୋଟିଏ ପରେ ଗୋଟିଏ ବୋମା ପ୍ୟାକେଟ୍ ମିଳିବା ପରେ ଏଜେନ୍ସୀ ତରଫରୁ ଏବେ ଜୋରଦାର୍ ଅପରେସନ୍ ଚାଲୁଅଛି ଏବଂ ଅପରାଧିକୁ ଧରିବା ପାଇଁ ପ୍ରୟାସ କରାଯାଉଛି ।
ତେବେ ଏଥିରେ ଅଭିନେତା ରବର୍ଟ ଡି ନିରୋ,ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମା,ପୂର୍ବ ବିଦେଶ ମନ୍ତ୍ରୀ ହିଲରୀ କ୍ଲିଣ୍ଟନ୍ ,ଅରବପତି ଜର୍ଜ ସୋରୋସ,ପୂର୍ବ ଉପ-ରାଷ୍ଟ୍ରପତି ଜୋ ବାଇଡେନ୍ , ଡେମୋକ୍ରାଟିକ୍ ସାଂସଦ ଡେବି ୱାସରମ୍ୟାନ୍ , ପୂର୍ବ ସିଆଇଏ ଡାଇରେକ୍ଟର ଜନ୍ ବେନନ୍ ଏବଂ କ୍ୟାଲିଫର୍ଣ୍ଣିଆରୁ ଡେମୋକ୍ରାଟିକ୍ ପ୍ରତିନିଧି ମେକ୍ସିନ୍ ୱାଟର୍ସଙ୍କୁ ଏହି ବୋମା ପ୍ୟାକେଟ୍ ପଠାଯାଇଛି ।
ତେବେ ଯାହାଙ୍କ ପାଖକୁ ଏହି ପ୍ୟାକେଟ୍ ଯାଇଛି ସେଠାରେ ସମାନ୍ତରଭାବ ଦେଖାଯାଇଛି । 1x6 ଇଞ୍ଚ୍ ର ଆକାର ହୋଇଥିବା PVC ପାଇପ୍ ସମସ୍ତଙ୍କ ପାଖକୁ ପଠାଯାଇଛି । ଯେଉଁଥିରେ ସନ୍ଦିଗ୍ଧ ପାଉଡର୍ ମଧ୍ୟ ପଠାଇଛି । ଯେଉଁଥିରେ ଗୋଟିଏ ଛୋଟ ବ୍ୟାଟେରୀ,ଏକ ଡିଜିଟାଲ୍ ଘଡି ଏବଂ ଏକ ଇନିସିଟର ମଧ୍ୟ ମିଳିଛି । ତେବେ କୌଣସି ବି ଡିଭାଇଜ୍ ଏ ପର୍ଯ୍ୟନ୍ତ ବିସ୍ଫୋଟ ହୋଇନାହିଁ । ଏଥିରୁ ଜଣାପଡୁଛି ଏହି ନେତାମାନଙ୍କୁ କେବଳ ଡରାଇବା ପାଇଁ କେହି ଏଭଳି ହରକତ କରୁଛି ।
Follow Us
/kanak/media/post_attachments/wp-content/uploads/2018/10/B2F75973-1739-41BC-AD35-4B1FC7CC971F_w1200_r1_s-300x169.jpg)
/kanak/media/post_attachments/wp-content/uploads/2018/10/10298108-3x2-700x467-300x200.jpg)