କନକ ବ୍ୟୁରୋ : ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଏବେ ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିଆରୀ ସାଇନସେସରେ ଚିକିତ୍ସା କରାଯାଉଛି । ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି । ସୂଚନା ମିଳିଛି, ପରିବାର ଲୋକଙ୍କ ଯକୃତ ସହ ପିଣ୍ଟୁଙ୍କ ଯକୃତର ସାମଞ୍ଜସ୍ୟ ରହିଛି । ତେଣୁ ତାଙ୍କ ପରିବାର ଲୋକ ହିଁ ପିଣ୍ଟୁଙ୍କୁ ଯକୃତ ଦାନ କରିବେ ବୋଲି ଜଣାପଡ଼ିଛି । ଆଉ ଏହି ଯକୃତକୁ ନେଇ ପିଣ୍ଟୁଙ୍କ ଠାରେ ପ୍ରତିରୋପଣ କରାଯିବ ।

Advertisment

ଲିଭର ସିରୋସିସରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ କହିଥିଲେ । କିନ୍ତୁ ଏଥିପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଲୋଡିଥିଲେ ପିଣ୍ଟୁ । ଆଉ ତା ପରେ, ପିଣ୍ଟୁଙ୍କ ସହାୟତା କରିବାକୁ ଆଗେଇ ଆସିଥିଲେ ଓଲିଉଡ୍ ସମେତ ତାଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି । ଏହାପରେ ତାଙ୍କୁ ୭ ତାରିଖରେ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।