ଆକାଶେ କି ରଙ୍ଗ ଲାଗିଲା… ‘ବୁଲବୁଲ’ ପାଇଁ ବଦଳିଗଲା ସାରା ଆକାଶର ରଙ୍ଗ । ଆଙ୍କି ହୋଇଗଲା ଗୋଲାପୀ ଗୋଲାପୀ ଚିତ୍ର

2,296

କନକ ବ୍ୟୁରୋ: ପ୍ରେମର ରଙ୍ଗ ଗୋଲାପି… ପୀରତିର ରଙ୍ଗ ଗୋଲାପି । ଗୋଲାପି ଗୋଟେ ଆକର୍ଷଣର ନାଁ, ନିଜ ମନର କଥାକୁ ଅନ୍ୟକୁ କହିବାର ଏକ ସୁନ୍ଦର ବାହାନା । ଗୋଲାପି ଫଗୁଣରେ ଖୋଜାପଡେ, ଶ୍ରାବଣରେ ବି ଖୋଜାପଡେ… ଶୀତୁଆ ସଞ୍ଜର ଚାଦର ଘୋଡା ଆକାଶ ବି କେବେ କେବେ ଗୋଲାପି ଗୋଲାପି ଦିଶେ । ଏଇ ଯେମିତି ରାଜଧାନୀର ଆକାଶ ଅଜଣା ଅତିଥିର ଆଗମନୀରେ ନିଜକୁ ଗୋଲାପି ଶାଢିରେ ସଜେଇଛି…

ଖାଲି ରାଜଧାନୀ କାହିଁକି ସାରା ଆକାଶଟା ଗୋଲାପି ଗୋଲାପି ଦିଶୁଛି । ବାତ୍ୟା ବୁଲବୁଲ ପ୍ରଭାବରେ ଆକାଶ ଏମିତି ଦିଶୁଥିବା ବେଳେ ଗୋଲାପି ଆକାଶକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କେତେ କେତେ କବିତା । ବାତ୍ୟା ବୁଲବୁଲ ଝିଅଟିଏ ହୋଇଥିବାରୁ ଆକାଶ, ବୁଲବୁଲ ଗାଲରେ ଗୋଲାପି ରଙ୍ଗ ମାଖି ପ୍ରେମ ନିବେଦନ କରିବ ବୋଲି କେହି କେହି କହିଛନ୍ତି ।

 

ତେବେ ଆକାଶରେ ପ୍ରେମ ରଙ୍ଗ ଦେଖି ମାଟି ଉପରେ ବହୁଥିବା ମହାନଦୀ ବି ଫୁଲେଇ ହୋଇଛି । ଆଉ ତା ଗାଢ ନୀଳ ରଙ୍ଗର ଦେହକୁ ଗୋଲାପି କରିଛି । ଏଇ ଦେଖୁନ ଗୋଲାପି ରଙ୍ଗ ମାଖି ସେ କେମିତି ଖିଲି ଖିଲି ହସୁଛି ଆଉ ପବନ ସହ ଅଦୃଶ୍ୟ ଖେଳ ଖେଲୁଛି…