ପିଙ୍କ୍ ବଲ୍ ଟେଷ୍ଟ: ଅକ୍ଷର-ଅଶ୍ୱିନୀ ଯୋଡି ଆଗରେ ଫେଲ୍ ମାରିଲା ଇଂଲଣ୍ଡ ବ୍ୟାଟିଂ । ପ୍ରଥମ ଇଂନିସ ବ୍ୟାଟିଂରେ ରୋହିତଙ୍କ ଅର୍ଦ୍ଧଶତକ ।

139

କନକ ବ୍ୟୁରୋ: ପିଙ୍କ ବଲ୍ ଟେଷ୍ଟର ପ୍ରଥମ ଦିନକୁ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ବ୍ରିଟିଶ ଦଳକୁ ମାତ୍ର ୧୧୨ ରନରେ ଅଲଆଉଟ୍ କରିବା ପରେ ପ୍ରଥମ ଦିନରେ ବିରାଟ ବାହିନୀ ୩ ୱିକେଟ୍ ହରାଇ ୯୯ ରନ୍ କରିପାରିଛି । ଫଳରେ ଭାରତୀୟ ଦଳ ପ୍ରଥମ ଇଂନିସରେ ଏକ ବଡ ଲିଡ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ବୁଧବାର ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲେ । ଏହାପରେ କିନ୍ତୁ ଭାରତୀୟ ବୋଲିଂ ଆଗରେ ଇଂଲଣ୍ଡ ଦଳ ତାସ ପତା ଭଳି ଭାଙ୍ଗି ଯାଇଥିଲା । ବିଶେଷକରି ହୋମ୍ ଗ୍ରାଉଣ୍ଡ ବୟ୍ ଅକ୍ଷର ପଟେଲଙ୍କୁ ଯାଦୁଗରୀ ବୋଲିଂ ଆଗରେ  ରୁଟଙ୍କ ନେତୃତ୍ୱଧୀନ ଦଳ ଧରାଶାୟୀ ହୋଇପଡିଥିଲା । ତା ସହ ଅଫ୍ ସ୍ପିନର ଅଶ୍ୱିନୀ ମଧ୍ୟ ୩ଟି ୱିକେଟ୍ ନେଇଥିଲେ । ଯାହା ଫଳରେ ଇଂଲଣ୍ଡ ପ୍ରଥମ ଇଂନିସରେ ୧୧୨ ରନ କରି ଅଲଆଉଟ୍ ହୋଇଯାଇଥିଲା ।

ଏହାପରେ ଭାରତ ଭଲ ଆରମ୍ଭ କରିଥିଲେ ବି ଲଗାତାର ଦୁଇଟି ଝଟକା ପାଇଥିଲା । ପ୍ରଥମ ଶୁଭମନ ଗିଲ ଓ ପରେ ଚିତେଶ୍ୱର ପୂଜାରା ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ବର୍ତ୍ତମାନ ପାଇଁ କ୍ରିଜରେ ରୋହିତ-ରାହାଣେ ରହିଥିବାବେଳେ ଭାରତ ଇଂଲଣ୍ଡଠାରୁ ମାତ୍ର ୧୩ ରନ ପଛରେ ରହିଛି ।