କନକ ବ୍ୟୁରୋ: ପିଙ୍କ ବଲ୍ ଟେଷ୍ଟର ପ୍ରଥମ ଦିନକୁ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ବ୍ରିଟିଶ ଦଳକୁ ମାତ୍ର ୧୧୨ ରନରେ ଅଲଆଉଟ୍ କରିବା ପରେ ପ୍ରଥମ ଦିନରେ ବିରାଟ ବାହିନୀ ୩ ୱିକେଟ୍ ହରାଇ ୯୯ ରନ୍ କରିପାରିଛି । ଫଳରେ ଭାରତୀୟ ଦଳ ପ୍ରଥମ ଇଂନିସରେ ଏକ ବଡ ଲିଡ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।
ବୁଧବାର ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ କିନ୍ତୁ ଭାରତୀୟ ବୋଲିଂ ଆଗରେ ଇଂଲଣ୍ଡ ଦଳ ତାସ ପତା ଭଳି ଭାଙ୍ଗି ଯାଇଥିଲା । ବିଶେଷକରି ହୋମ୍ ଗ୍ରାଉଣ୍ଡ ବୟ୍ ଅକ୍ଷର ପଟେଲଙ୍କୁ ଯାଦୁଗରୀ ବୋଲିଂ ଆଗରେ ରୁଟଙ୍କ ନେତୃତ୍ୱଧୀନ ଦଳ ଧରାଶାୟୀ ହୋଇପଡିଥିଲା । ତା ସହ ଅଫ୍ ସ୍ପିନର ଅଶ୍ୱିନୀ ମଧ୍ୟ ୩ଟି ୱିକେଟ୍ ନେଇଥିଲେ । ଯାହା ଫଳରେ ଇଂଲଣ୍ଡ ପ୍ରଥମ ଇଂନିସରେ ୧୧୨ ରନ କରି ଅଲଆଉଟ୍ ହୋଇଯାଇଥିଲା ।
ଏହାପରେ ଭାରତ ଭଲ ଆରମ୍ଭ କରିଥିଲେ ବି ଲଗାତାର ଦୁଇଟି ଝଟକା ପାଇଥିଲା । ପ୍ରଥମ ଶୁଭମନ ଗିଲ ଓ ପରେ ଚିତେଶ୍ୱର ପୂଜାରା ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ବର୍ତ୍ତମାନ ପାଇଁ କ୍ରିଜରେ ରୋହିତ-ରାହାଣେ ରହିଥିବାବେଳେ ଭାରତ ଇଂଲଣ୍ଡଠାରୁ ମାତ୍ର ୧୩ ରନ ପଛରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/11111-2.jpg)