କନକ ବ୍ୟୁରୋ: ସପୁରୀ ଚାଷ ବି ଦେଇପାରେ ରୋଜଗାର । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତ ପରିଡା । ଦଶବର୍ଷ ତଳେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ସପୁରୀ ଚାଷ ଏବେ ତାଙ୍କୁ ଦେଖାଇଛି ରୋଜଗାରର ବାଟ ।
ଜଣେ ସଫଳ ଚାଷୀ ଭାବରେ ଧର୍ମଶାଳା ଅଂଚଳରେ ସେ ଏବେ ବେଶ୍ ଜଣାଶୁଣା ।
ଉଦ୍ୟାନ କୃଷି ବିଭାଗ ସହାୟତାରେ ଉନ୍ନତମାନର ସପୁରୀ ଚାରା ମଗାଇ ବସନ୍ତ ଆରମ୍ଭ କରିଥିଲେ ସପୁରୀ ଚାଷ । ସଂଗ୍ରୁହୀତ ଚାରାକୁ ମେ, ଜୁନ ମାସରେ ଲଗାଯାଇ କୋଡାଖୁସା କରିବା ସହ ନିୟମିତ ବ୍ୟବଧାନରେ ପାଣି ମଡାଇବାକୁ ପଡିଥାଏ । ପ୍ରାୟ ୭ରୁ ୮ମାସ ପରେ ସପୁରୀ ଗୁଡିକ ଅମଳକ୍ଷମ ହୋଇଥାଏ । ଏହାପରେ ସପୁରୀ ବଜାରକୁ ବିକ୍ରିପାଇଁ ଯାଇଥାଏ । ଗୋଟିଏ ଗୋଟିଏ ସପୁରୀ ୩୦ରୁ ୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ । ମାତ୍ର ଓଡିଶାରେ କଲିକତା ସପୁରୀ ପ୍ରଚୁର ଉପଲବ୍ଧ ହେଉଥିବାରୁ ସ୍ଥାନୀୟ ଚାଷୀଙ୍କ ଉତ୍ପାଦିତ ସପୁରୀକୁ ଉପଯୁକ୍ତ ଦର ମିଳେ ନଥିବା କହନ୍ତି ବସନ୍ତ ।
Follow Us