କନକ ବ୍ୟୁରୋ: ସପୁରୀ ଚାଷ ବି ଦେଇପାରେ ରୋଜଗାର । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତ ପରିଡା । ଦଶବର୍ଷ ତଳେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ସପୁରୀ ଚାଷ ଏବେ ତାଙ୍କୁ ଦେଖାଇଛି ରୋଜଗାରର ବାଟ ।
ଜଣେ ସଫଳ ଚାଷୀ ଭାବରେ ଧର୍ମଶାଳା ଅଂଚଳରେ ସେ ଏବେ ବେଶ୍ ଜଣାଶୁଣା ।
ଆମ୍ବ, କାଜୁ ଚାଷ କରି ସଫଳ ହେବା ପରେ ନିଜ ବିଲରେ ଦଶବର୍ଷ ତଳେ ପରୀକ୍ଷାମୂଳକଭାବେ ଆରମ୍ଭ କରିଥିଲେ ସପୁରୀ ଚାଷ । ମାତ୍ର ଗୁଣ୍ଠେ, ଦୁଇଗୁଣ୍ଠ ଜମିରେ ଆରମ୍ଭ କରିଥିବା ସପୁରୀ ଚାଷ ଏବେ ଗୋଟିଏ ଏକରରେ ପହଂଚିଛି । ଏଥିରୁ ସେ ବାର୍ଷିକ ଲକ୍ଷେରୁ ଦୁଇଲକ୍ଷ ଯାଏ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ବୋଲି କହନ୍ତି ବସନ୍ତ ।
ଉଦ୍ୟାନ କୃଷି ବିଭାଗ ସହାୟତାରେ ଉନ୍ନତମାନର ସପୁରୀ ଚାରା ମଗାଇ ବସନ୍ତ ଆରମ୍ଭ କରିଥିଲେ ସପୁରୀ ଚାଷ । ସଂଗ୍ରୁହୀତ ଚାରାକୁ ମେ, ଜୁନ ମାସରେ ଲଗାଯାଇ କୋଡାଖୁସା କରିବା ସହ ନିୟମିତ ବ୍ୟବଧାନରେ ପାଣି ମଡାଇବାକୁ ପଡିଥାଏ । ପ୍ରାୟ ୭ରୁ ୮ମାସ ପରେ ସପୁରୀ ଗୁଡିକ ଅମଳକ୍ଷମ ହୋଇଥାଏ । ଏହାପରେ ସପୁରୀ ବଜାରକୁ ବିକ୍ରିପାଇଁ ଯାଇଥାଏ । ଗୋଟିଏ ଗୋଟିଏ ସପୁରୀ ୩୦ରୁ ୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ । ମାତ୍ର ଓଡିଶାରେ କଲିକତା ସପୁରୀ ପ୍ରଚୁର ଉପଲବ୍ଧ ହେଉଥିବାରୁ ସ୍ଥାନୀୟ ଚାଷୀଙ୍କ ଉତ୍ପାଦିତ ସପୁରୀକୁ ଉପଯୁକ୍ତ ଦର ମିଳେ ନଥିବା କହନ୍ତି ବସନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/vlcsnap-2021-05-30-21h31m17s163.png)