କନକ ବ୍ୟୁରୋ : ବିଜେଡି-ବିଜେପି ତୀବ୍ର ରାଜନୈତିକ ଶତ୍ରୁତା ଭିତରେ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । କହିଛନ୍ତି ଗଲା ୪୦ ବର୍ଷ ଭିତରେ ଦେଶ ଏଭଳି ଜଣେ ଭାଗ୍ୟବାନ ପେଟ୍ରୋଲିୟମ ମନ୍ତ୍ରୀ ପାଇଛି । ଧର୍ମେନ୍ଦ୍ର ଜଣେ ଦକ୍ଷ ଓ କଠିନ ପରିଶ୍ରମୀ ବ୍ୟକ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟୀତ୍ୱ ଦେଇଛନ୍ତି ।
ସାଂସଦ ଆହୁରି କହିଛନ୍ତି ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିବ । ତେଣୁ ଚ୍ୟାଲେଞ୍ଜକୁ ସଫଳତାର ସହ ସମୁଖୀନ ହେବା ସହ କାର୍ଯ୍ୟରେ ସଫଳ ହୁଅନ୍ତୁ ବୋଲି ଶୁଭେଛା ଜଣାଇଛନ୍ତି ପିନାକୀ । ଭୁବନେଶ୍ୱରରେ ଆୟୋଜିତ ମୁଦ୍ରା ଯୋଜନାର ଏକ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି ପିନାକୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-14-at-9.47.58-PM.png)