ଚାନ୍ଦିପୁରରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ୪୪ ସେକେଣ୍ଡରେ ଏକାଥରେ ଲକ୍ଷ୍ୟଭେଦ କଲା ୬ଟି ରକେଟ୍ ।

Advertisment
ଚାନ୍ଦିପୁରରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ୪୪ ସେକେଣ୍ଡରେ ଏକାଥରେ ଲକ୍ଷ୍ୟଭେଦ କଲା ୬ଟି ରକେଟ୍ ।

କନକ ବ୍ୟୁରୋ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା୨୩ ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ମଲଟି ବ୍ୟାରେଲ୍‌ ରକେଟ୍‌ ଲଞ୍ଚରରୁ ଉତକ୍ଷେପଣ ହେବା ପରେ ‘ପିନାକ୍‌’ ନିର୍ଦ୍ଦିଷ୍ଟ ସମୟ ଓ ଦୂରତାରେ ଲକ୍ଷ୍ୟଭେଦ କରିଥିଲା। ‘ପିନାକ‌’ ହେଉଛି ଭାରତୀୟ ସ୍ଥଳସେନା ଦ୍ବାରା ବ୍ୟବହୃତ ଅଧିକ ଦୂରଗାମୀ ସଂପନ୍ନ ସ୍ବୟଂଚାଳିତ ଏକ ରକେଟ୍‌ ସିଷ୍ଟମ୍‌, ଯାହା ଏକାଥରକେ ବିଭିନ୍ନ ଦିଗକୁ ଯାଇ ଧ୍ବଂସଲୀଳା ରଚିପାରିବ।

୭୫ କିଲୋମିଟର ଦୂରତା ଯାଏଁ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଟେଲିମେଟ୍ରୀ, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ବହୁମୁଖୀ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା । ଆଜିର ପରୀକ୍ଷାରେ ୬ ରାଉଣ୍ଡରେ ୪୫ କିଲୋମିଟର ଦୂରତାକୁ ନେଇ ପରୀକ୍ଷା ହୋଇଛି ।

ଆଜି ୪୪ ସେକେଣ୍ଡ ମଧ୍ୟରେ ୬ ରାଉଣ୍ଡ ପରୀକ୍ଷା କରାଯାଇଛି । ପିନାକ ହେଉଛି ଏକ ଡିଆରଡିଓ ଡିଜାଇନ୍ ଜ୍ଝ ଏହା ପ୍ରଥମେ କାର୍ଗିଲ ଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା ଏବଂ ଏହା ପରେ ବହୁ ସଂଖ୍ୟାରେ ଏହାକୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଜ୍ଝ ଗୋଟିଏ ପିନାକ ରେଜିମେଣ୍ଟରେ ୧୮ଟି ସିଷ୍ଟମ୍ ରହିଛିଜ୍ଝ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe