ବିନାଶ କାଳେ ବିପରୀତ ବୁଦ୍ଧି ! ଭାରତୀୟ ପାଇଲଟ୍ ଭାବି ପାକିସ୍ତାନୀ ପାଇଲଟ ଶହାଜୁଦ୍ଦୀନଙ୍କୁ ପିଟିପିଟି ମାରିଦେଲେ ପାକ୍ ଜନତା

ବିନାଶ କାଳେ ବିପରୀତ ବୁଦ୍ଧି ! ଭାରତୀୟ ପାଇଲଟ୍ ଭାବି ପାକିସ୍ତାନୀ ପାଇଲଟ ଶହାଜୁଦ୍ଦୀନଙ୍କୁ ପିଟିପିଟି ମାରିଦେଲେ ପାକ୍ ଜନତା

Zee News

ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଏୟାର ଷ୍ଟ୍ରାଇକ୍ ଲକ୍ଷ୍ୟ ନେଇ ପଶିଥିବା ପାକିସ୍ତାନୀ ପାଇଲଟ୍ ଶହାଜୁଦ୍ଦୀନଙ୍କୁ ନିଜ ମାଟିରେ ଭାରତୀୟ ଭାବି ପିଟି ପିଟି ମାରିଦେଲେ ପାକିସ୍ତାନୀ ଲୋକ । ପାକିସ୍ତାନୀ ଫାଇଟର୍ ଜେଟ୍ ଏଫ୍-୧୬ କୁ ଭାରତୀୟ ବାୟୁସେନା କମାଣ୍ଡର ଅଭିନନ୍ଦନ ଧ୍ୱସଂ କରିଥିଲେ ଏହି ଫାଇଟର୍ ଜେଟ୍ କୁ ପାକିସ୍ତାନୀ ପାଇଲଟ୍ ଶହାଜୁଦ୍ଦୀନ ଉଡାଉଥିଲେ । ଫାଷ୍ଟପୋଷ୍ଟ ରିପୋର୍ଟ ଅନୁସାରେ ଏଫ୍-୧୬ ଫାଇଟର୍ ଜେଟ୍ କ୍ରାଶ୍ ହେବା ପରେ ପାଇଲଟ୍ ଶହାଜୁଦ୍ଦୀନ ପାରାସୁଟ୍ ଜରିଆରେ ବାହାରକୁ ଚାଲିଆସିଥିଲେ । ବାହାରକୁ ଆସିବା ପରେ ସେ ପିଓକେର ନୋସେରା ସେକ୍ଟରରେ ପହଂଚିଥିଲେ । ପିଓକେର ନୋସେରାରେ ପହଂଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଭାରତୀୟ ପାଇଲେଟ୍ ବୋଲି ଭାବି ପିଟିପିଟି ମାରି ଦେଇଥିଲେ ।

publive-image

ଏହି ଏୟାର୍ ଷ୍ଟ୍ରାଇକରେ ଭାରତୀୟ ଫାଇଟର୍ ଜେଟ୍ କ୍ରାଶ୍ ହୋଇଥିଲା ଏବଂ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରେ ଅବତରଣ କରିଦେଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ପାଇଲଟଙ୍କୁ ଆଘାତ କରିବାବେଳେ ପାକିସ୍ତାନ ସେନା ତାଙ୍କୁ ଉଦ୍ଧାର କରି କଷ୍ଟଡୀରେ ରଖିଥିଲେ ଏବଂ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନ ସ୍ୱଦେଶ ଫେରିଥିଲେ । କିନ୍ତୁ ଶହାଜୁଦ୍ଦୀନଙ୍କ କ୍ଷେତ୍ରରେ କିଛି ଅଲଗା ହିଁ ହୋଇଗଲା । ଯେତେବେଳେ ଲୋକ ଜାଣିବାକୁ ପାଇଲେ ଯେ ଯବାନ ଜଣକ ପାକିସ୍ତାନୀ ସେତେବେଳେ ଖୁବ୍ ବିଳମ୍ବ ହୋଇଯାଇଥିଲା । ହସପିଟାଲରେ ଏହି ପାଇଲଟ୍ ଜଣଙ୍କର ମୃତ୍ୟୁ ହୋଇଯିବା କଥା ଲଣ୍ଡନ ଓକିଲ ଖାଲିଦ୍ ଉମର୍ କହିଥିଲେ । ସେ ପାକ୍ ଏୟାରପୋର୍ସ ନମ୍ବର ୧୯ ରେ ପାଇଲଟ୍ ସ୍କ୍ୱାର୍ଡନ୍ ଥିଲେ । ଏହି ସ୍କ୍ୱାର୍ଡନକୁ “ସେର୍ ଦିଲ୍ସ” ମଧ୍ୟ କୁହାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe