ଚଳନ୍ତା ବିମାନରେ ଶୋଇଗଲେ ପାଇଲଟ୍ ! ୪୦ ମିନିଟ୍ ପର୍ଯ୍ୟନ୍ତ ୫,୫୦୦ ଫୁଟ୍ ଉଚ୍ଚତାରେ ଉଡୁଥିଲା ବିମାନ 

149

ଅଷ୍ଟ୍ରେଲିଆର ଜଣେ ପାଇଲଟ୍ ଏଡିଲେଡ୍ ହବାଇ ଅଡ୍ଡାରେ ୪୦ ମିନିଟ୍ ପର୍ଯ୍ୟନ୍ତ ଶୋଇପଡିଥିଲେ । ପ୍ଲେନ୍ ଉଡାଣ ପୂର୍ବରୁ ସେ ଠିକରେ ଶୋଇ ନଥିଲେ ଏବଂ ଜଳଖିଆ ମଧ୍ୟ ଖାଇନଥିଲେ । ତେଣୁ ଥକ୍କାପଣରେ ସେ ଶୋଇଯାଇଥିଲେ । ଅଷ୍ଟ୍ରେଲିଆନ୍ ପରିବହନ ସୁରକ୍ଷା ବ୍ୟୁରୋ (ଏଟିଏସବି) ୯ ମାର୍ଚ୍ଚରେ ହୋଇଥିବା ଏହି ଗମ୍ଭୀର ଘଟଣାକୁ ନେଇ ଏକ ରିପୋର୍ଟ ଜାରୀ କରିଛନ୍ତି ଯେଉଁଥିରେ ଫ୍ଲାଇଟ୍ ସ୍କୁଲ୍ ଫ୍ଲାଇଟ୍ ଟ୍ରେନିଙ୍ଗ୍ ଏଡିଲେଡଙ୍କ ବିମାନ ସାମିଲ୍ ଥିଲା ।

ଏନେଇ ଏଟିଏସବିର ଟ୍ରେନିଂ ପାଇଲଟ୍ କହିଥିଲେ ଯେ ଟେକ୍ ଅଫ୍ କରିବା ପୂର୍ବରୁ ପାଇଲଟ୍ ପର୍ଯ୍ୟାପ୍ତ ପରିମାଣରେ ନ ଖାଇବା ସହ ଶୋଇ ନଥିଲେ ଏବଂ ତାଙ୍କୁ ଥଣ୍ଡାଜ୍ୱରର ସମସ୍ୟା ମଧ୍ୟ ଥିଲା ତେଣୁ ସେ ପ୍ଲେନ୍ ଭିତରେ ଚେତାଶୂନ୍ୟ ହୋଇଯାଇଥିଲେ । ୫,୫୦୦ ଫୁଟ୍ ର ଟେକ୍ ଅଫ୍ କରିବା ସମୟରେ ତାଙ୍କ ମୁଣ୍ଡବ୍ୟଥା ହେବା କାରଣରୁ ସେ ଅଟୋ ପାଇଲଟ୍ ଅନ୍ କରି ଚେତାଶୂନ୍ୟ ହୋଇଯାଇଥିଲେ ।