ଉଡାଣ ଭରିବା ବେଳେ ଶୋଇଗଲେ ପାଇଲଟ୍ ! ୫୦ କିଲୋମିଟର ଭୁଲ୍ ଦିଗରେ ଗଲା ବିମାନ, ଆଉ ତା ପରେ...

Advertisment
ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାମ ! ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ

image courtesy - in.news.yahoo.com

ବେଳେ ବେଳେ ଆପଣମାନେ ଟ୍ରେନ୍ ବା ବସରେ ଯାତ୍ରା କରୁଥିବା ସମୟରେ ଶୋଇ ପଡ଼ିଲେ ଆପଣଙ୍କ ଷ୍ଟେସନ ପଛରେ ରହି ଯାଇଥାଏ । ଯାହା ପାଇଁ ଆପଣଙ୍କୁ ଆଗ ଷ୍ଟେସନରେ ଓହ୍ଲାଇ ପୁଣି ପଛକୁ ଫେରିବାକୁ ପଡ଼ିଥାଏ । କିନ୍ତୁ ଯଦି ବିମାନ ଚଳାଇବା ସମୟରେ ପାଇଲଟ ଶୋଇଯାଏ, ତା’ ହେଲେଟ୍ଟ ଆଶ୍ଚର‌୍ୟ୍ୟ ହୁଅନ୍ତୁ ନାହିଁ । ଅଷ୍ଟ୍ରେଲିଆରେ ଏଭଳି ଏକ ଘଟଣା ଘଟିଛି; ଯେଉଁଠି ବିମାନ ଚାଳକ ଉଡ଼ାଣ ମଝିରେ ଶୋଇଯିବାରୁ ବିମାନଟି ଭୁଲ ସ୍ଥାନରେ ଅବତରଣ କରିଥିବା ଜଣା ପଡ଼ିଛି ।

publive-imageସୂଚନା ମୁତାବକ, ବିମାନ ପାଇପର ପିଏ୩୧ ତସ୍ମାନିଆର କିଙ୍ଗ ଆଇଲାଣ୍ଡରୁ ଡ଼େଓ୍ଵନପୋର୍ଟ ଯାଉଥିଲା । ଯାହାକୁ ଉଡ଼ାଉଥିଲେ ଜଣେ ପାଇଲଟ । ଉଡ଼ାଣ ଭରିବା ପରେ ପାଇଲଟଙ୍କୁ ନିଦ ଲାଗିବାରୁ ବିମାନଟି ଅଲଗା ଦିଗରେ ଚାଲି ଯାଇଥିଲା । ୫୦ କିଲୋମିଟର ଭୁଲ ଦିଗରେ ଯିବା ପରେ ପାଇଲଟଙ୍କ ନିଦ ଭାଙ୍ଗିଥିଲା । ଭୁଲ ଦିଗରେ ବିମାନଟି ଚାଲି ଯାଇଥିବାରୁ ବିମାନକୁ ତୁରନ୍ତ ଅବତରଣ କରାଯାଇଥିଲା । ଏହି ଘଟଣା ପରେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଘଟଣାକୁ ନେଇ ତଦନ୍ତ କରାଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe