କନକ ବ୍ୟୁରୋ: ସମ୍ବଲପୁର ଝାଙ୍କରପାଲି ନିକଟରେ ଅର୍ଦ୍ଧନିର୍ମିତ ଫ୍ଲାଏ ଓଭର ଉପରୁ ଖସିପଡ଼ିଲା କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭୀମସାର ଡାକ୍ତରଖାନାରେ ଭର୍ତି କରାଯାଇଛି । ଆହତମାନେ ତୀର୍ଥଯାତ୍ରୀ ହୋଇଥିବା ଜଣାପଡ଼ିଛି । ଛତିଶଗଡ଼ରୁ ଶ୍ରୀକ୍ଷେତ୍ର ପୁରୀ ଯିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
ନିର୍ମାଣଧୀନ ବ୍ରିଜରୁ ଖସିଲା ତୀର୍ଥଯାତ୍ରୀଙ୍କ ବୋଲେରୋ । ୨ ଜଣଙ୍କର ମୃତ୍ୟୁ, ୧୦ ଜଣ ଗୁରୁତର ।
/kanak/media/post_attachments/wp-content/uploads/2024/06/1-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)