କନକ ବ୍ୟୁରୋ: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୧୫ ଆହତ । ହଠାତ୍ ଚକା ଫାଟିବାରୁ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍ । ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀ ବସଟି ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା । ବସରେ ୬୫ଜଣ ଯାତ୍ରୀ ଥିଲେ । ସକାଳ ସମୟ ହୋଇଥିବାରୁ ଅନେକ ଯାତ୍ରୀ ସୋଇଥିଲେ । ହଠାତ୍ ବାଲେଶ୍ୱର ନିଧିପଣ୍ଡା ଛକରେ ବସର ଆଗ ଚକା ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।