ପିଲାସାଲୁଙ୍ଗି ଡ୍ୟାମରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିପଡିଲା ଡଙ୍ଗା, ଏବେ ବି ଜଣେ ନିଖୋଜ

Advertisment
ପିଲାସାଲୁଙ୍ଗି ଡ୍ୟାମରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିପଡିଲା ଡଙ୍ଗା, ଏବେ ବି ଜଣେ ନିଖୋଜ

କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲା ସ୍ଥିତ ପିଲାସାଲୁଙ୍ଗି ଡ୍ୟାମରେ ଅଘଟଣ । ଖଜୁରିପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗାଁରୁ ୨୦ରୁ ଅଧିକ ଲୋକ ଏହି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ପାଖରେ ଥିବା ଏକ ମାଛମରା ଡଙ୍ଗାରେ ବିନା ନାଉରିଆରେ ୭ ଜଣ ପୁଅଝିଅ ଡ୍ୟାମ ମଧ୍ୟକୁ ବୁଲିବାକୁ ଯାଇଥିଲେ । ତେବେ ଡ୍ୟାମ ମଧ୍ୟରେ ସେମାନେ ଭାରସାମ୍ୟ ହରାଇଲେ ।

publive-imageଫଳରେ ଡଙ୍ଗାଟି ଓଲଟି ପଡିଲା ଥିଲା । । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବତୀ ମନୀ ଝା ନିଖୋଜ ରହିଛନ୍ତି । ଅଗ୍ନିଶଣ ବିଭାଗ ରାତିରେ ମଧ୍ୟ ନିଜର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe