କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲା ସ୍ଥିତ ପିଲାସାଲୁଙ୍ଗି ଡ୍ୟାମରେ ଅଘଟଣ । ଖଜୁରିପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗାଁରୁ ୨୦ରୁ ଅଧିକ ଲୋକ ଏହି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ପାଖରେ ଥିବା ଏକ ମାଛମରା ଡଙ୍ଗାରେ ବିନା ନାଉରିଆରେ ୭ ଜଣ ପୁଅଝିଅ ଡ୍ୟାମ ମଧ୍ୟକୁ ବୁଲିବାକୁ ଯାଇଥିଲେ । ତେବେ ଡ୍ୟାମ ମଧ୍ୟରେ ସେମାନେ ଭାରସାମ୍ୟ ହରାଇଲେ ।
ଫଳରେ ଡଙ୍ଗାଟି ଓଲଟି ପଡିଲା ଥିଲା । । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବତୀ ମନୀ ଝା ନିଖୋଜ ରହିଛନ୍ତି । ଅଗ୍ନିଶଣ ବିଭାଗ ରାତିରେ ମଧ୍ୟ ନିଜର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-03-at-8.03.41-AM.png)