ହାଇକୋର୍ଟରେ ପହଞ୍ଚିଲା ଦିଲ୍ଲୀ ସରକାର ଚଳାଇବା ମାମଲା । ଜନସ୍ୱାର୍ଥ ମାମଲା ଦାୟର କଲେ ଆଇନଜୀବି ।

208

କନକ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଲା ଦିଲ୍ଲୀ ସରକାର ଚଳାଇବା ମାମଲା । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଗିରଫ ହେବା ପରେ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି । ତେବେ ଦିଲ୍ଲୀ ସରକାର ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ସମସ୍ତ ସୁବିଧା ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆଇନଜୀବୀ ଶ୍ରୀକାନ୍ତ ପ୍ରସାଦ ଏନେଇ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଛି । ଏଥିରେ କେଜ୍ରିୱାଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭିସି ଯୋଗେ ବୈଠକ କରିବାକୁ ଅନୁମତି ଦେବା ପାଇଁ ଆବେଦନ କରାଯାଇଛି । ଭାରତୀୟ ସମ୍ବିଧାନ କିମ୍ବା ଆଇନ କୌଣସି ମନ୍ତ୍ରୀଙ୍କୁ ଜେଲରୁ ସରକାର ଚଳାଇବାକୁ ବାରଣ କରି ନଥିବା ଆବେଦନରେ ଦର୍ଶାଯାଇଛି । ତେଣୁ ଜେଲରୁ ନିର୍ଦ୍ଦେଶ ଜାରି ସହ କେଜ୍ରିୱାଲଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟର ଅପିଲ କରିଛନ୍ତି ଆଇନଜୀବୀ ଶ୍ରୀକାନ୍ତ ପ୍ରସାଦ ।