ସଂସଦ ଭବନ ନେଇ ଦାଖଲ ପିଆଇଏଲ ଖାରଜ। ସୁପ୍ରିମକୋର୍ଟ କହିଲେ, ଏଭଳି ମାମଲାର ବିଚାର କରିବା କୋର୍ଟଙ୍କ କାମ ନୁହେଁ

1,238

କନକ ବ୍ୟୁରୋ: ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ପ୍ରସଙ୍ଗ । ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ ଭବନର ଉଦଘାଟନକୁ ନେଇ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ଆବେଦନକାରୀ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାକୁ ପିଆଇଏଲ ଦାଖଲ କରିଥିଲେ ।