କନ୍ଦଳ କବଳରେ କଂଗ୍ରେସ । ଦଳରୁ ଇସ୍ତଫା ଦେଲେ ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ, ଟିଏମସିରେ ହୋଇପାରନ୍ତି ସାମିଲ !

Advertisment
କନ୍ଦଳ କବଳରେ କଂଗ୍ରେସ । ଦଳରୁ ଇସ୍ତଫା ଦେଲେ ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ, ଟିଏମସିରେ ହୋଇପାରନ୍ତି ସାମିଲ !

କନକ ବ୍ୟୁରୋ : ଗୋଟେପଟେ ପଞ୍ଜାବ କଂଗ୍ରେସରେ ଲାଗିଥିବା କନ୍ଦଳ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇ ନଥିବା ବେଳେ ସେପଟେ ତ୍ରିପୁରା କଂଗ୍ରେସର କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ତ୍ରିପୁରା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ପିୟୁଷ କାନ୍ତି ବିଶ୍ୱାସ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ପାର୍ଟିରୁ ଇସ୍ତାଫା ଦେବା ପାର୍ଟି ପାଇଁ ଏକ ବଡ କ୍ଷତି ବୋଲି ଆକଳନ କରାଯାଉଛି   । ସେ କେବଳ ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି, ଇସ୍ତଫା ସହ ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି କହିଛନ୍ତି । ହେଲେ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି କି ସେ ଖୁବଶୀଘ୍ର ଟିଏମସିରେ ସାମିଲ ହେବାକୁ ଯାଉଛନ୍ତି ।

ନିଜ ପଦରୁ ଇସ୍ତଫା ଦେବା ପରେ ପୀୟୁଷକାନ୍ତି ବିଶ୍ୱାସ କହିଛନ୍ତି “ପଦରୁ ଇସ୍ତଫା ଦେବା ମୋ ପାଇଁ ବହୁ କଷ୍ଟଦାୟକ ଥିଲା, ମୋତେ ଦଳର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସୋନିଆ ଗାନ୍ଧୀଙ୍କ ନିକଟରେ କୃତଜ୍ଞ ।” ସେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି କି ସେ ରାଜନୀତିରୁ ସନ୍ୟାସ ନେଇ ଏବେ ନିଜ ବୃତ୍ତିକୁ ଫେରିବାକୁ ଯାଉଛନ୍ତି । କହିରଖୁ କି ପୀୟୁଷ କାନ୍ତି ବିଶ୍ୱାସ ପେଶାରେ ଜଣେ ଓକିଲ ।

ସେ ତାଙ୍କ ଇସ୍ତଫା ନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, “ଟିପିସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସମୟରେ ସହଯୋଗ ପାଇଁ କଂଗ୍ରେସ ନେତାମାନଙ୍କ ସହ ସମର୍ଥକଙ୍କୁ ଧନ୍ୟବାଦ ଜଣାଉଛି ”

କହିରଖୁ କି ଏହାପୂର୍ବରୁ ଅଖିଳ ଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ସୁସ୍ମିତା ଦେବ ଦଳ ଛାଡି ଟିଏମସିରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe