ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷାରେ ପିହୁଙ୍କ ମା’ । କହିବେ ଝିଅକୁ ହରାଇବାର ଦୁଃଖ, ମାଗିବେ ନ୍ୟାୟ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷାରେ ପିହୁଙ୍କ ମା’ । କହିବେ ଝିଅକୁ ହରାଇବାର ଦୁଃଖ, ମାଗିବେ ନ୍ୟାୟ ।

କନକ ବ୍ୟୁରୋ: ଯାଜପୁରର ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଛନ୍ତି । ୪ ବର୍ଷ ହେଲେ ମୋନାଲିସା ନାୟକଙ୍କ ଶିଶୁକନ୍ୟା ପିହୁ ହଜିଯାଇଛି । ନିଜ ପିଲାକୁ ଖୋଜି ଆଣିବାକୁ ସେ ବାରମ୍ବାର ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇସାରିଛନ୍ତି । ହେଲେ ତାଙ୍କ ପିଲାଟି ଆଜି ଯାଏ ମିଳିନାହିଁ । ଆଉ ସେତେବେଳେ ଶୁଣିଲେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲ ଆସୁଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମାଗିଛନ୍ତି ।

ପୂର୍ବରୁ ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ସେ ଭେଟିବାକୁ ସମ୍ବଲପୁର ଯାଉଥିଲେ । ହେଲେ ଢେଙ୍କାନାଳ ପୁଲିସ ମୋନାଲିସାଙ୍କୁ ଉଠାଇନେଇ ଅଟକ ରଖିଥିଲା । ଯାହାକି ଭେଟିବାକୁ ସୁଯୋଗ ଦେଇନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe