କନକ ବ୍ୟୁରୋ: ଯାଜପୁରର ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଛନ୍ତି । ୪ ବର୍ଷ ହେଲେ ମୋନାଲିସା ନାୟକଙ୍କ ଶିଶୁକନ୍ୟା ପିହୁ ହଜିଯାଇଛି । ନିଜ ପିଲାକୁ ଖୋଜି ଆଣିବାକୁ ସେ ବାରମ୍ବାର ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇସାରିଛନ୍ତି । ହେଲେ ତାଙ୍କ ପିଲାଟି ଆଜି ଯାଏ ମିଳିନାହିଁ । ଆଉ ସେତେବେଳେ ଶୁଣିଲେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲ ଆସୁଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମାଗିଛନ୍ତି ।
ପୂର୍ବରୁ ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ସେ ଭେଟିବାକୁ ସମ୍ବଲପୁର ଯାଉଥିଲେ । ହେଲେ ଢେଙ୍କାନାଳ ପୁଲିସ ମୋନାଲିସାଙ୍କୁ ଉଠାଇନେଇ ଅଟକ ରଖିଥିଲା । ଯାହାକି ଭେଟିବାକୁ ସୁଯୋଗ ଦେଇନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/33-3.jpg)